Latest Odisha News

BREAKING NEWS

ବୋରୱେଲ୍ ଭିତରେ ଖସିପଡି ୩ ବର୍ଷ ଶିଶୁର ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାର ମେଡକ ଜିଲ୍ଲାରେ ଥିବା ଏକ ଖୋଲା ବୋରୱେଲ୍ ଭିତରକୁ ଖସିପଡିଥିବା ଜଣେ ୩ ବର୍ଷୀୟ ଶିଶୁ ପୁତ୍ରର ଗୁରୁବାର ସକାଳେ ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ପାପନ୍ନାପେଟ୍ ମଣ୍ଡଳ ଅର୍ନ୍ତଗତ ଏକ ଚାଷ ଜମିରେ ଥିବା ପ୍ରାୟ ୧୨୦ ଫୁଟ୍ ଖୋଲା ବୋରୱେଲ୍ ଭିତରେ ଉକ୍ତ ଶିଶୁଟି କୌଣସି କାରଣବଶତଃ ଗତକାଲି ଅପରାହ୍ନରେ ପଡିଯାଇଥିଲା ।ସମ୍ପୃକ୍ତ ଶିଶୁଟି ତା’ର ପରିବାର ସହ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ଖସିପଡିଥିଲା ।

ପରେ ତାକୁ ଉଦ୍ଧାରକାରୀ ଦଳ ତା’ ଭିତରେ ଅମ୍ଲଜାନ ଯୋଗାଇବା ସହ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।

ତେବେ ପାଖାପାଖି ୧୦ ଘଣ୍ଟାର କସରତ ପରେ ମଧ୍ୟ ସମ୍ପୃକ୍ତ ଶିଶୁକୁ ଜୀବିତ ଉଦ୍ଧାର କରାଯାଇ ପାରିନଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Comments are closed.