Latest Odisha News

BREAKING NEWS

କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହେଲା ବାଣପୁର

ଖୋର୍ଦ୍ଧା: କୋଭିଡ-୧୯ରେ ଦୁଇ ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ଏନଏସି କ୍ଷେତ୍ରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଏହି ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏନଏସି ଅଞ୍ଚଳରେ  ଲୋକଙ୍କ ଚଳପ୍ରଚଳ ଏବଂ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି।

ସେହିପରି ପେଣ୍ଠପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକ ସାହି ଏବଂ ଜେନା ସାହିକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରାଯାଇଛି।

Comments are closed.