Latest Odisha News

BREAKING NEWS

ପୁରୀକୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଏବେ ପୁରୀକୁ ଆଉ ଗଡିବନି ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପୁରୀକୁ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳବାଇ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱର ଯାଏଁ ଯିବ। ସେହିପରି ଜୁନ୍ ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ। ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍ କ୍ଷେତ୍ରରେ ବି ଏହି ନିୟମ ଲାଗୁ କରାଯାଇଛି।

ଆଗକୁ ମହାପ୍ରଭୂଙ୍କ ସ୍ନାନଯାତ୍ରା ରହିଛି । ଯଦି ଟ୍ରେନ୍ ଚଳାଚଳ ପୁରୀକୁ ହୁଏ ତେବେ ସ୍ନାନଯାତ୍ରାରେ ଲୋକଙ୍କ ଭିଡ଼ ଦେଖା ଯିବ। ତେଣୁ ସ୍ନାନ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ସେପଟେ ଜୁନ୍ ୧ ତାରିଖରୁ ୨ଶହଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତ ନେଇଛି ରେଳ ମନ୍ତ୍ରାଳୟ ।

Leave A Reply

Your email address will not be published.