Latest Odisha News

BREAKING NEWS

ସବୁ ଦୋଷ ଚୀନ୍‌ର; ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କଲେ ଡ଼ୋନାଲ୍ଡ୍ ଟ୍ରମ୍ପ୍

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହିତ ଆମେରିକା ତାହାର ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଥିବା ନେଇ ମାର୍କିନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଘୋଷଣା କରିଛନ୍ତି । ଏପରିକି କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମଣ ହେବାନେଇ ଚୀନକୁ ସମସ୍ତ ଦୋଷ ଦେଇଛନ୍ତି ଆମେରେକୀୟ ରାଷ୍ଟ୍ରପତି ଟ୍ରମ୍ପ୍ ।

ଏପରିକି ଏବେ ସାରା ବିଶ୍ୱ କରୋନା ଜନିତ ହାହାକାରରେ ଉତ୍ପୀଡ଼ିତ ହେଉଥିବା ବେଳେ ହଂକଂ ଉପରେ ଚୀନ ଯେଉଁ ଦାଦାଗିରି କରୁଛି ତାହାର ମଧ୍ୟ କଡ଼ା ଭାଷାରେ ଟ୍ରମ୍ପ୍ ଚୀନକୁ ସମାଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ – ଚୀନକୁ ନେଇ ମୋଦି ଭଲ ମୁଡ଼ରେ ନାହାଁନ୍ତି: ଟ୍ରମ୍ପ

ଏହି ପରିପ୍ରେକ୍ଷୀରେ କିଛି ଚୀନ ନାଗରିକଙ୍କ ଭିସା ବାତିଲ୍ ମଧ୍ୟ କରିଦେଇଛି ଆମେରିକା । ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଚୀନର ହଜାର ହଜାର ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି ।

ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)କୁ ମାତ୍ର ୪୦ ମିଲିୟନ୍ ଆମେରେକୀୟ ଡଲାର୍ ଦେଇଥିବା ବେଳେ ଆମେରିକା ଦେଇଛି ୪୫୦ ମିଲିୟନ ଆମେରେକୀୟ ଡଲାର୍ । ମାତ୍ର ଚୀନ ଏବେ ଏହି ସଂଗଠନକୁ ସମ୍ପୂର୍ଣ୍ଣ କବଜା କରିନେଇଛି ।

ଆମେରିକା ପକ୍ଷରୁ କରୋନା ସମ୍ପର୍କୀତ ଯେଉଁ ପରାମର୍ଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)କୁ ଦିଆଯାଉଥିଲେ ମଧ୍ୟ ତାହାକୁ ସେମାନେ ଚୀନ ପ୍ରୋତ୍ସାହନରେ ବେଖାତିର୍ କରିଛି । ଆମେ ଆମ ଅନୁସାରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏଣୁ ଆମେ ଡବ୍ଲୁଏଚଓ ସହିତ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ଟ୍ରମ୍ପ୍ ।

Leave A Reply

Your email address will not be published.