Latest Odisha News

BREAKING NEWS

ଅନୁଗୁଳରେ ୬ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ଏକ ୬ ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ।

ଉକ୍ତ ବାଳକ ନିଜ ପିତାମାତାଙ୍କ ସହ ମହାରାଷ୍ଟ୍ରରୁ ଫେରି ସଂଗରୋଧରେ ଥିଲେ।ଆଜି ତାଙ୍କ ନମୁନା ପଜିଟିଭ ଜଣାପଡ଼ିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଆସନ୍ତା କାଲି ଉକ୍ତ ବାଳକକୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯିବ।

ଅଧିକ ପଢନ୍ତୁ: କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୭ ରେ ପହଞ୍ଚିଛି।ଏ ପର‌୍ୟ୍ୟନ୍ତ ୧୭ ଜଣ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଫେରିଛନ୍ତି।ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ସମୁଦାୟ ୪୭୧୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି।

ଏଥିରୁ ୪୩୫୨ ଟି ରିପୋର୍ଟ ହସ୍ତଗତ ହୋଇଛି।ଯେଉଁଥିରୁ ୪୩୨୫ ଟି ରିପୋର୍ଟ ନେଗେଟିଭ ଥିବାବେଳେ ୩୬୭ ଟି ରିପୋର୍ଟ ର ଫଳାଫଳ ଆସିବା ବାକିଅଛି।

Comments are closed.