Latest Odisha News

BREAKING NEWS

ଯେଉଁଠି ଇଣ୍ଟରନେଟ୍ ନାହିଁ ସେଇଠି ଟେଲିଭିଜନରେ ପିଲାଏ ପଢିବେ ପାଠ !

କୋଚି: ଅନଲକ୍ ୧ ରେ ଇ ଇଣ୍ଟରନେଟ୍ ମାଧ୍ୟମରେ ପାଠପଢାର ବିକଳ୍ପ ଖୋଜି ନେଇଛି କେରଳ ରାଜ୍ୟ ସରକାର । “ଫାଷ୍ଟବେଲ” ନାମିତ ଡିଜିଟାଲ କ୍ଲାସକୁ ରାଜ୍ୟ ସରକାର କେରଳ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟେକ୍ନୋଲୋଜି ପର୍ ଏଜୁକେଶନ (କାଇଟ) ଭିକ୍ଟେର ଚ୍ୟାନେଲ, ୱେବସାଇଟ, ମୋବାଇଲ ଆପ ଓ ସୋସିଆଲ ମିଡିଆ ପେଜ ମାଧ୍ୟମରେ ଟେଲିକାଷ୍ଟ କରୁଛନ୍ତି ।

ଅଧିକ ପଢନ୍ତୁ: ଅନଲାଇନ୍ କ୍ଲାସ ଲାଗି ଆଣ୍ଡ୍ରୋଏଡ୍ ଫୋନ ଅଭାବରୁ ଜୀବନ ହାରିଲେ କେରଳର ସ୍କୁଲ୍ ଛାତ୍ରୀ !

ମାଲାୟଲମ୍ ଓ ଇଂରାଜୀ ଭାଷାରେ କରାଯାଉଥିବା ଶିକ୍ଷାର ପ୍ରସାରଣ ସକାଳ, ୮:୩୦ ରୁ ସଂଧ୍ୟା ୫:୩୦ ପର୍ଯ୍ୟନ୍ତ ଚାଲୁରହୁଛି । ଲାଇଭ ପ୍ରସାରଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପକ୍ଷେ କ୍ଲାସ ଗୁଡିକୁ ଡାଉନଲୋଡ କରି ଦେଖିବାର ବ୍ୟବସ୍ଥା ମଧ୍ୟ ରହିଛି ।

Leave A Reply

Your email address will not be published.