Latest Odisha News

BREAKING NEWS

ଅନଲାଇନ୍ କ୍ଲାସ ଲାଗି ଆଣ୍ଡ୍ରୋଏଡ୍ ଫୋନ ଅଭାବରୁ ଜୀବନ ହାରିଲେ କେରଳର ସ୍କୁଲ୍ ଛାତ୍ରୀ !

ମାଲାପ୍ପୁରମ୍‌: ପରିବାରରେ ଆଣ୍ଡରଏଡ୍ ଫୋନ ନଥିବା ରୁ ଅନଲାଇନ କ୍ଲାସ ନକରି ପାରି ଅବସାଦରେ ଆତ୍ମହତ୍ୟା କରିଛନ୍ତି କେରଳର ଜଣେ ସ୍କୁଲ ଛାତ୍ରୀ ।

ଅଧିକ ପଢନ୍ତୁ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’

ଜୀବନ ହାରିଥିବା ଛାତ୍ରୀ ଦେବୀକା, ଜଣେ ଦିନ ମଜୁରିଆଙ୍କ ଝିଅ ହୋଇଥିବା ବେଳେ, ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କରୋନା ଜନିତ ଲକ୍‌ଡାଉନ ମଧ୍ୟରେ ଡିଜିଟାଲ କ୍ଲାସ ନକରି ପାରି ମାନସିକ ଅବସାଦ ହେତୁ ନିଜ ଶରୀରରେ ନିଆଁ ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି ।

ଅଧିକ ପଢନ୍ତୁ: ଏଣ୍ଟ୍ରାନ୍ସ ପରୀକ୍ଷା ଆବେଦନର ଶେଷ ସମୟ ବୃଦ୍ଧି କଲା ଆଇଆଇଏମସି

କେରଳ ରାଜ୍ୟ ସରକାରଙ୍କ ଦ୍ୱାରା “ଫାଷ୍ଟବେଲ” ନାମକ ଏକ ଅନଲାଇନ ପାଠପଢା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏହାର ପ୍ରସାରଣ ଭିକ୍ଟର ଚ୍ୟ।ନେଲ ମାଧ୍ୟମରେ ସକାଳ ୮:୩୦ ରୁ ସଂଧ୍ୟା ୫:୩୦ ପର୍ଯ୍ୟନ୍ତ ସୋମବାର ଠାରୁ ଶୁକ୍ରବାର ଚାଲୁରହୁଛି ।

ଅଧିକ ପଢନ୍ତୁ: ଶ୍ରୀଦେବୀଙ୍କ ୨୪ତମ ବିବାହ ବାର୍ଷିକୀର ସ୍ମୃତିଚାରଣ କଲେ ଝିଅ ଜାହ୍ନବୀ

ଆଣ୍ଡରଏଡ୍ ଫୋନ ଅଭାବ ସାଙ୍ଗକୁ ଘରର ଟିଭି ଖରାପ ହୋଇଯାଇଥିବା ହେତୁ ଦେବୀକା ଅନଲାଇନ କ୍ଲାସ ନକରି ପାରିଥିବା ଜଣାପଡିଛି ।

ମୃତ୍ୟୁକୁ ବିରୋଧ କରି କେରଳରେ ପ୍ରତିବାଦ ଆରମ୍ଭ ହୋଇଥିବା ବେଳେ, ଗରିବଙ୍କ ଏହି ଦୁର୍ଦ୍ଦଶା ପାଇଁ ସରକାର ଦାୟୀ ଥିବା କଥା ବିରୋଧୀ କଂଗ୍ରେସ କହିଛି । ରାଜ୍ୟର ୩୦% ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରିବାକୁ ଅସମର୍ଥ ଥିବା ବେଳେ, ପାଠପଢା କ୍ଷତି ଜନିତ ଅବସାଦର ଶିକାର ହୋଇ ଛାତ୍ରୀଙ୍କ ଜୀବନ ତ୍ୟାଗ କରିଥିବା ସରକାରଙ୍କ ପାଇଁ ଏକ ଲଜ୍ଜ।ର ବିଷୟ ହୋଇଥିବା କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ମୁଲ୍ଲାପାଲ୍ଲୀ ରାମଚନ୍ଦ୍ରନ କହିଛନ୍ତି ।

ଏହି ବିଷୟର ଏକ ସବିଶେଷ ରିପୋର୍ଟ ମାଗିଥିବା କେରଳ ରାଜ୍ୟ ଶିକ୍ଷା ମନ୍ତ୍ରୀ ପ୍ରଫେସର୍ ସି.ରବିନ୍ଦ୍ରନାଥ ଜଣାଇଛନ୍ତି ।

Leave A Reply

Your email address will not be published.