Latest Odisha News

ଦରଦାମ୍ ଉପରେ ରହିବନି ନିୟନ୍ତ୍ରଣ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ପଡିଛି ଆଳୁ, ପିଆଜ, ଖାଇବା ତେଲ ଓ ତୈଳବୀତ ଶସ୍ୟ । ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ ଆଜି ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଏ ନିଷ୍ପତ୍ତିକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଚାଷୀର ସ୍ୱାର୍ଥ ରହିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଖାଉଟିଙ୍କ ଉପରେ ବୋଝ ପଡିବ ବୋଲି କୁହାଯାଉଛି।

କର୍ପୋରେଟ କମ୍ପାନୀ ମାନେ ବଜାରକୁ ପଶି ଆସିବେ। ଦରଦାମ ନିୟନ୍ତ୍ରଣ ଉପରେ ରାଜ୍ୟ ସରକାର ଙ୍କ ନିୟନ୍ତ୍ରଣ ରହିବ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ କହିଛନ୍ତି ଯୋଗାଣ ମନ୍ତ୍ରୀ ।

Comments are closed.