Latest Odisha News

ଦିଲ୍ଲୀରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା ଯାଇଥିଲା ।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ସୀମାରେ ଥିବା ଗୁରୁଗାଓଁର ପ୍ରାୟ ୧୩ କିଲୋମିଟର ଦୂରରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର ଗଭୀରତା ୧୮ କିମି. ରହିଥିଲା।

ଉଲ୍ଲେଖଯୋଗ୍ୟ, ଚଳିତ ଏପ୍ରିଲ୍ ମାସଠାରୁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ନିମ୍ନ ଏବଂ ମଧ୍ୟମ ତୀବ୍ରତାର ୧୪ରୁ ଅଧିକ ଭୁମିକମ୍ପ ରେକର୍ଡ କରାଯାଇଛି।

Comments are closed.