ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୮ରେ ‘ୱାର୍ଲଡ଼ ଓସେନ ଡେ’ ଅଥବା ‘ବିଶ୍ୱ ମହାସାଗର ଦିବସ’ ପାଳନ କରାଯାଏ।
ସାଧାରଣ ଲୋକଙ୍କୁ ସମୁଦ୍ର ଏବଂ ଏଥିରେ ବସବାସ କରୁଥିବା ଅଗଣିତ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ହୋଇଥାଏ।
ସାମୁଦ୍ରିକ ପ୍ରଦୂଷଣ ଯୋଗୁଁ ପ୍ରତ୍ୟକ ବର୍ଷ ଲକ୍ଷ ଲକ୍ଷ ସାମୁଦ୍ରିକ ଜୀବଙ୍କ ପ୍ରାଣହାନି ଘଟିବା ସହ ଜୈବିକ ପରିବେଶ ଉପରେ ଘୋର ପ୍ରଭାବ ମଧ୍ୟ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ସଚେତନ କରେଇବା ଲାଗି ଏହି ଦିବସରେ ପ୍ରତିବର୍ଷ ବିଭିନ୍ନ ଥିମ ଦିଆଯାଇଥାଏ।
ଏବର୍ଷର ଥିମ ରହିଛି- ‘ଇନୋଭେସନ୍ ଫର୍ ଏ ଷଷ୍ଟେନେବ୍ଲ ଓସେନ୍’ ଯାହାର ଅର୍ଥ ମିଳିତ ଭାବରେ ନୂତନ ବିଚାର ଜରିଆରେ ସାମୁଦ୍ରିକ ଜୀବନକୁ ସବୁଦିନ ପାଇଁ ବଞ୍ଚାଇ ରଖିବା।
ଏନେଇ ଆଜି ଅନେକ ପରିବେଶବିତ ସାମୁଦ୍ରିକ ଜୀବନ ଉପରେ ରୁଚି ରଖୁଥିବା ବ୍ୟକ୍ତି ମାନଙ୍କର ଟୁଇଟ ସାମ୍ନାକୁ ଆସିଛି। ଏପରିକି ସମସ୍ତେ ଏକ ସ୍ୱରରେ ସମୁଦ୍ରରେ ଘଟୁଥିବା ମନୁଷ୍ୟକୃତ ପ୍ରଦୂଷଣ ରୋକିବା ସହ ସାମୁଦ୍ରିକ ଶୈବାଳ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ନିବେଦନ କରିଛନ୍ତି।
Comments are closed.