Latest Odisha News

BREAKING NEWS

ଆରମ୍ଭ ହେବ ଏସ ସି ବି ସମ୍ପ୍ରସାରଣ କାର୍ଯ୍ୟ; ସୂଚନା ଦେଲେ ଜିଲ୍ଲାପାଳ

କଟକ: କଟକ: କଟକ ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଦୀର୍ଘ ଦିନ ଧରି ସ୍ଥଗିତ ରହିଥିଲା ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାର୍ଯ୍ୟ । ତେବେ ଜିଲ୍ଲାରେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ) ବିଶିଷ୍ଟ କାର୍ଯ୍ୟକୁ ପୁନଃ ଆରମ୍ଭ କରାଯିବା ନେଇ ଆଜି ପୂର୍ତ୍ତ ବିଭାଗର ସଚିବ ଡଃ କିଶନ କୁମାର କଟକ ଗସ୍ତରେ ଆସ ଡିସିଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ  ଅନୀଲ କୁମାର ସାମଲ ଓ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ଓ ସି ଏମ ସି କମିଶନର ଅନନ୍ୟା ଦାସଙ୍କ ସହିତ ଏକ ବୈଠକ କରିଥିଲେ।

ଏହି ବୈଠକରେ ବିସ୍ତୃତ ଆଲୋଚନା କରି ଅବରୋଧ ଥିବା ସ୍ଥାନ ଗୁଡିକ ମୁକ୍ତ କରିବା ତଥା ଆବଶ୍ୟକ ଥିବା ସରକାରୀ ବାସଗୃହ ଗୁଡ଼ିକୁ ଖାଲି କରାଇବା ଓ ଥଇଥାନ ବ୍ୟବସ୍ଥା ସହ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତିକରଣ ଆଦି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଶୀଘ୍ର ଏ ସମସ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଙ୍କୁ ସୂଚନା ଦେଇଛନ୍ତି।

ଏହି ପ୍ରରିପେକ୍ଷିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳ ସେହି ସବୁ ସ୍ଥାନ ଗୁଡ଼ିକୁ ପୁନଃ ପରିଦର୍ଶନରେ ସଦର ଉପଜିଲ୍ଲାପାଳ, ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଯାଇ ସ୍ଥିତି ପରଖିବା ପରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏ ସମସ୍ତ କାର୍ଯ୍ୟର ଅଗ୍ରଗତି ହେବା ନେଇ ସୂଚନା ଦେବା ସହ ୬୦୦ରୁ ଉର୍ଦ୍ଧ ଥଇଥାନ ହୋଇଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆଉ ୧୫୦ ଜଣଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ।ଜିଲ୍ଲାରେ କୋଭିଡ-୧୯ ମୁକାବିଲା ହେତୁ ଏହି କାର୍ଯ୍ୟ ବିଳମ୍ବିତ ହୋଇଛିବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.