Latest Odisha News

BREAKING NEWS

ସାରା ବିଶ୍ୱରେ ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତି ଭଙ୍ଗା ଯାଉଛି: ୬୦ ବିବାଦୀୟ ବ୍ୟକ୍ତିଙ୍କ ନାମ ଏହି ତାଲିକାରେ ରହିଛି

ୱାଂଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ଏବେ ସାରା ବିଶ୍ୱକୁ ବ୍ୟାପୀବାରେ ଲାଗିଛି । ବିକ୍ଷୋଭକାରୀମାନେ ଦାସପ୍ରଥା, ଗୋଲାମଗିରି ଓ ବର୍ଣ୍ଣବୈଷମ୍ୟ ବିବାଦ ସୃଷ୍ଟି କରିଥିବା ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତିକୁ ଏଥିନେଇ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ବତର୍ମାନ ସୁଦ୍ଧା ୪୫ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୂର୍ତ୍ତି ଭଙ୍ଗା ଯାଇସାରିଛି । ବିକ୍ଷୋଭକାରୀମାନେ ଏ ଭଳି ୬୦ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।ଆମେରିକା ଓ ବ୍ରିଟେନରେ ଇତି ମଧ୍ୟରେ କ୍ରିଷ୍ଟୋଫର କଲମ୍ବସ ଓ ରାଣୀ ଭିକ୍ଟୋରିଆଙ୍କ ମୂର୍ତ୍ତି ଭଙ୍ଗା ଯାଇସାରିଛି । କଲମ୍ବସ ଆମେରିକାବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିବା ବେଳେ ଭିକ୍ଟୋରିଆ ଉପନିବେଶବାଦକୁ ପ୍ରୋତ୍ସାହିତ କରିଥିଲେ । ଏମାନଙ୍କ ମୂର୍ତ୍ତି ସମ୍ମାନ ପାଇବା ଯୋଗ୍ୟ ନୁହେଁ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି । ସ୍ଥାନୀୟ ସରକାର କେତେକ ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତି ନିଜ ଆଡୁ କାଢ଼ିଦେବା ଆରମ୍ଭ କରିଛି ।

Comments are closed.