Latest Odisha News

BREAKING NEWS

ସତର୍କତାର ସହ ରଜ ପାଳନ ନେଇ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଆଉ ଦିନକ ପାରେ ସଜବାଜ । ତା’ପରେ ରଜ । ଓଡ଼ିଆମାନଙ୍କ ଏହା ସବୁଠାରୁ ବଡ ପର୍ବ । ତେବେ ଏହି ରଜ ପର୍ବକୁ ସତର୍କତାର ସହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ । ସେ କହିଛନ୍ତି, ମା’ ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ ଦେବାର ପର୍ବ ରଜ । ଏହି ସମୟରେ ସତର୍କ ରହିବା ଓ ଦାୟିତ୍ୱବୋଧ ପାଳନ ମଧ୍ୟ କର୍ତ୍ତବ୍ୟ । ହେଲେ ଆମେ ଜୀବନକୁ ବିପନ୍ନ କରି ପାଳନ କରିବା ଉଚିତ୍ ନୁହେଁ ।

ଓଡ଼ିଶାରେ ସଂକ୍ରମଣ ବଢ଼ିଛି, ହେଲେ ସୁସ୍ଥ ହେବା ସଂଖ୍ୟା ତାଠାରୁ ଅଧିକ ବଢ଼ିଛି । ଯେଉଁଠି ଲୋକ ଭିଡ କରୁଛନ୍ତି , ସେଠି ସୁପରସ୍ପ୍ରେଡରର ଆଶଙ୍କା ରହିଛି । ରଜ ବଜାରକୁ ଗଲେ ସାମାଜିକ ଦୂରତା ରକ୍ଷା କରନ୍ତୁ । ଅତି ଜରୁରୀ ହେଲେ ଭିଡରୁ ଦୂରେଇ ରହିବା ସହ ମାସ୍କ ପିନ୍ଧି ବଜାର ଯାଆନ୍ତି । ପରିବାରରୁ କେବଳ ଜଣେ କିଣିବାକୁ କରିଯିବା ଉଚିତ ବୋଲି ବାଗଚୀ କହିଛନ୍ତି ।

ସେ କହିଛନ୍ତି, ଜିନିଷ କିଣି ଆଣିବା ପରେ ପ୍ରଥମେ ସାନିଟାଇଜ କରନ୍ତୁ, ପରେ ଘରକୁ ଆଣନ୍ତୁ । ପରିବାର ଭିତରେ ଏହି ପର୍ବ ପାଳନ କରିବାକୁ ଚେଷ୍ଟା କରନ୍ତୁ। ବାହାରକୁ ଯାଇ ବୁଲାବୁଲି, ଖେଳାଖେଳିରୁ ଦୂରେଇ ରହିବା । ସଂଯମ, ସାବଧାନତା ଓ ଦାୟିତ୍ୱବୋଧକୁ ପାଳନ କରିବା ।

ଉଭୟ ବ୍ୟବସାୟୀ ଓ ଗ୍ରାହକ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜେସନ୍ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି। ଗ୍ରାହକମାନେ ଦୋକାନ ବାହାରେ ୬ ଫୁଟର ଦୂରତ୍ୱ ରଖିବା ଉଚତ । ସେହିଭଳି ରଜ ଦୋଳି ଖେଳିବା ବେଳେ ମଧ୍ୟ ସତର୍କ ରହିବାକୁ ପଡିବ ବୋଲି ବାଗଚୀ କହିଛନ୍ତି ।

Leave A Reply

Your email address will not be published.