Latest Odisha News

ୟୁଏଇରେ ଅଟକିଥିବା ଓଡିଆଙ୍କୁ ଧରି ଭୁବନେଶ୍ୱର ଆସୁଛି ଏୟାର ଆରବିଆ ବିମାନ

ଶାରଜହ/ ଭୁବନେଶ୍ୱର: ୨୧୫ ଜଣ ଓଡିଆ ଯାତ୍ରୀଙ୍କୁ ଧରି ଏୟାର ଆରବିଆ ବିମାନ ଯୋଗେ ରବିବାର ଦିନ ଓଡିଶା ଆସୁଛନ୍ତି କ୍ୟାପଟେନ ମଧୁସ୍ମିତ ପଟ୍ଟନାୟକ । ଯିଏକି ଉକ୍ତ ଫ୍ଲାଇଟର ପାଇଲଟ ରହିଛନ୍ତି ।

BjdElectrycity

ଆଜି ସକାଳ ୮ଟା ସମୟରେ ବିମାନଟି ଶାରଜହରୁ ବାହାରିଥିବା ବେଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦ୍ୱିପ୍ରହର ସମୟରେ ଅବତରଣ କରିବ।

ଏୟାର ଆରବିଆର ପାଇଲଟ ଥିବା ଏହି ଓଡିଆ ଝିଅ ମଧୁସ୍ମିତା ‘ରଜ ପର୍ବ’ ଅବସରରେ ଆଜି ସକାଳେ ଏୟାର ଆରବିଆର କାର୍ଯ୍ୟାଳୟରେ ପହଞ୍ଚିବା ପରେ ୟୁଏଇରେ ଫସି ରହିଥିବା ଓଡିଆଙ୍କୁ ଘରକୁ ଫେରାଇ ଆଣୁଥିବାରୁ ବେଶ ଖୁସି ବୋଲି ପ୍ରକାଶ କରିଥିଲେ ।

ଭୁବନେଶ୍ୱରର ମୂଳ ବାସିନ୍ଦା ମଧୁସ୍ମିତା କହିଛନ୍ତି ଯେ ଏହା ହେଉଛି ଏୟାର ଆରବିଆର ଭୁବନେଶ୍ୱରକୁ ପ୍ରଥମ ସିଧାସଳଖ ବିମାନ ଉଡାଣ। “ଏହା ମୋ ପାଇଁ ଗର୍ବର ବିଷୟ।

କୋଭିଡ-୧୯ ହେତୁ ଜାରିଥିବା ଲକଡାଉନ ଯୋଗୁଁ ବିଦେଶ ମାଟିରେ ଅଟକି ରହିଥିବା ଓଡିଆମାନଙ୍କୁ ୟୁଏଇର ଓଡିଆ ସୋସାଇଟି ସାହାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.