Latest Odisha News

BREAKING NEWS

ବଢ଼ିଲା କଟକଣା: ଜୁନ୍ ୩୦ ଯାଏଁ ଗଞ୍ଜାମ ଜିଲ୍ଲା ଲକଡାଉନ୍‌

ଗଞ୍ଜାମ: ଗଂଜାମ ଜିଲ୍ଲାରେ ବଢ଼ିଲା କଟକଣା । ଆଜିଠାରୁ ଜୁନ୍ ୩୦ ଯାଏଁ ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗଂଜାମରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଜୁନ୍‌ ୧୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ  ଲକ୍‌ଡାଉନ୍ ଜାରି‌ ରହିବ। ଏହି ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ମେଡିକାଲ ସେବା, ଔଷଧ ଦୋକାନ ଖୋଲା ରହିବ। ଏଥିସହ  କୃଷି ଓ ମନେରେଗା କାମ ଚାଲୁ ରହିବ। ଜିଲ୍ଲାରେ ଓ ଜିଲ୍ଲାରୁ ବାହାରକୁ ବସ୍‌, କାର, ଅଟୋ ଚଳାଚଳକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆନ୍ତଃଜିଲ୍ଲା ବସ ଚଳାଚଳ ମଧ୍ୟ ବନ୍ଦ ରହିବ।

ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଯିଏ ବି ବାହାରିବେ ସେମାନଙ୍କ ପାଖରେ ପାସ୍‌ ଥିବା ଆବଶ୍ୟକ। ଚଳିତ ଥର କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯାଇଛି। ଯେଉଁମାନେ ବି ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.