ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ହୋଇଛି । ଭାରତ ବିକାଶ ପରିଷଦ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏହି ମାମଲା କରିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତ ବିକାଶ ପରିଷଦ ।
ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ ପରିଷଦ ପକ୍ଷରୁ ପୂର୍ବରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ତେବେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ ହାଇକୋର୍ଟ । ସ୍ଥିତି ଦେଖି ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟ ଯାଇଛି ଭାରତ ବିକାଶ ପରିଷଦ ।
ସେପଟେ ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ କ୍ୟାଭେଟ୍ ଦାୟର କରିଛନ୍ତି ଜୟନ୍ତ ବଳ । ମୂଳ ମାମଲା ସହ ତାଙ୍କ ପକ୍ଷ ଶୁଣିବାକୁ ସେ କ୍ୟାଭେଟ ଫାଇଲ କରିଛନ୍ତି ।
Comments are closed.