Latest Odisha News

BREAKING NEWS

ଭୁବନେଶ୍ୱରରେ ହୋଇନପାରେ ରଥ ଟଣା !

ଭୁବନେଶ୍ୱର: ରଥ ଯାତ୍ରାକୁ ଆଉ ସାତ ଦିନ ବାକି ଥିବାବେଳେ ମହାମାରୀ କରୋନାଭାଇରସ୍ ମଧ୍ୟରେ ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ଉତ୍ସବ କିପରି କରାଯିବ ସେନେଇ ଓଡିଶା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ରଥଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଚାଲିଥିବା ବେଳେ ଭୁବନେଶ୍ୱରର ମନ୍ଦିର କମିଟିମାନେ ରଥ ଟାଣିବା ପ୍ରଥାକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ରାଜଧାନୀ ଭୁବନେଶ୍ୱରରେ ୬୦ରୁ ଅଧିକ ସ୍ଥାନରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏନେଇ ଓୟୁଏଟି ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, “ଆମେ ମନ୍ଦିର ଭିତରେ ସମସ୍ତ ରୀତିନୀତି ଏବଂ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛୁ”।

ଗତ ୪୮ ବର୍ଷ ଧରି ଏହି ପର୍ବ ମନ୍ଦିର ଦ୍ୱାରା ପରିଚାଳିତ ହେଉଛି, କିନ୍ତୁ ଏଥର ଯାତ୍ରା ଭିନ୍ନ ହେବାକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ“ସମସ୍ତ ରୀତିନୀତି ମନ୍ଦିର ପରିସରରେ ଚାଲିଛି। ରଥ ଯାତ୍ରା ପାଇଁ ଭଗବାନଙ୍କୁ ମନ୍ଦିର ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯିବ” ବୋଲି ସେ କହିଛନ୍ତି।

Comments are closed.