Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ଖୋର୍ଦ୍ଧା ସବ୍-ଡିଭିଜନରେ ଅତିରିକ୍ତ ସଟଡାଉନ୍ ଘୋଷଣା

ଖୋର୍ଦ୍ଧା: କରୋନା ସଂକ୍ରମଣ ରୋକିବା ଲାଗି ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ମଙ୍ଗଳବାର ଦିନ ଖୋର୍ଦ୍ଧା ସବ୍-ଡିଭିଜନରେ ଆସନ୍ତା ଜୁନ୍ ୩୦ ଯାଏଁ ସଟଡାଉନ ଘୋଷଣା କରିଛନ୍ତି।

ଏହି ସଟଡାଉନ ପ୍ରତିଦିନ ଅପରାହ୍ନ ୨ଟାରୁ ତା’ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି।

ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଖୋଲା ରହିବ। ଏହାଛଡା ନିର୍ମାଣ କାର୍ଯ୍ୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ଜଣାପଡିଛି।

“ବଢୁଥିବା କରୋନା ଭାଇରସ ବିସ୍ତାରକୁ ରୋକିବା ଏବଂ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିି ଲୋକମାନେ ଏକାଠି ସମବେତ ହେଉଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି” ବୋଲି ଜିଲ୍ଲାପାଳ କହିଛନ୍ତି।

ଆହୁରି ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା କ୍ଷେତ୍ରଗୁଡିକ ସମ୍ପର୍କରେ ସଂପୃକ୍ତ ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.