ଭୁବନେଶ୍ୱର: ରଥଯାତ୍ରା ନେଇ ସରକାର ପୁନଃବିଚାର କରିବା ଉଚିତ କି । ଆଜି ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, କଟକଣା ଭିତରେ ରଥଯାତ୍ରା କରିହେବ । ସଟଡାଉନ୍ କରି ସ୍ନାନ ଯାତ୍ରା ଭଳି ରଥଯାତ୍ରା କରନ୍ତୁ ସରକାର । ସେପଟେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ କହିଛନ୍ତି ଯେ, ମନ୍ଦିର ପରିଚାଳନା କମିଟି କଣ କହୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ବହୁତ କ୍ଷତି ହେବ । ମୁସଲମାଲ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ସମସ୍ତ ପର୍ବପର୍ବାଣୀ ବନ୍ଦ କରାଯାଇଛି । ତେଣୁ ରଥଯାତ୍ରା ହେଲେ ନକରାତ୍ମକ ସନ୍ଦେଶ ସାରି ବିଶ୍ୱକୁ ଯିବ । ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡେଇ ପ୍ରସଙ୍ଗ ଉପରେ ମତ ରଖି ସ୍ପଷ୍ଟ କରିଛନ୍ତି ଯେ, ଯିଏ ଯାହା କୁହନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନିବାକୁ ପଡିବ । ବର୍ତ୍ତମାନ ପୁଣି ଥରେ ବଲ୍ ସୁପ୍ରିମକୋର୍ଟ ପାଖରେ ରହିଛି । ମୋଡିଫିକେସନର ରାୟ ଆସିବା ପରେ ଜଣାପଡିବ ସୁପ୍ରିମକୋର୍ଟ ପୁନଃବିଚାର କରୁଛନ୍ତି କି ନାହିଁ । ଏବେ ତର୍ଜମା ଚାଲିଛି ଯେ, ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଅନୁସାରେ କେମିତି ମହାପ୍ରଭୁଙ୍କ ରୀତିନୀତି ପାଳନ ହେବ ।
BREAKING NEWS
- ଉତ୍ତରପ୍ରଦେଶ ଉପନିର୍ବାଚନ: ୭ଟି ଆସନରେ ଆଗୁଆ ଅଛି ବିଜେପି
- ତ୍ରିଶୁଳିଆ ବ୍ରିଜରେ ଜଳିଗଲା ସ୍କୁଟି
- ଅଷ୍ଟ୍ରେଲିଆରେ ବୁମରାହଙ୍କ ଆଉ ଏକ ସଫଳତା
- କାଲି ଆସିବ ସୁଭଦ୍ରା ଟଙ୍କା, ବାଦ୍ ପଡିଥିବା ମହିଳାଙ୍କୁ ଡିସେମ୍ବରରେ ମିଳିବ
- ଜେଲ୍ ଗଲେ ବବିଙ୍କ ଭାଇ ଭବ ପ୍ରସାଦ ଦାଶ
- ୱାୟାନାଡ ଉପ-ନିର୍ବାଚନ: ବିଜୟ ଅଭିମୁଖେ ପ୍ରିୟଙ୍କା
- ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
- ପ୍ରଥମାଷ୍ଟମୀ ଏବଂ ଏଣ୍ଡୁରୀ ପିଠା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି
- ଚାଲିଛି ଭୋଟ୍ ଗଣତି; ଆଜି ଆସିବ ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ
- ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ
Comments are closed.