Latest Odisha News

BREAKING NEWS

କରୋନାରେ ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ

ନୂଆଦିଲ୍ଲୀ : ଓଡିଆ ଡାକ୍ତରଙ୍କ ଦିଲ୍ଲୀରେ ମୃତ୍ୟୁ । ବ୍ରହ୍ମପୁର ଏମକେସିଜିରୁ ପାସ କରିଥିବା ଏହି ଡାକ୍ତରଙ୍କର ଆଜି ଦିନ ୧୧ଟା ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ମୃତ୍ୟୁ ହୋଇଛି ।

ମୃତ ଡାକ୍ତରଙ୍କ ବୟସ ୩୯ ବର୍ଷ ହେବ । ଏନଏଚ୍‌ଏସଆରସିରେ ସେ ସିନିଅର କନସଲଣ୍ଟାଟ୍ ଭାବେ କାମ କରୁଥିଲେ । ଜୁନ ୧୬ ତାରିଖରେ ସେ ଅସୁସ୍ଥ ଥିବାରୁ ତାଙ୍କୁ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହାର ଦୁଇ ଦିନ ପରେ ତାଙ୍କୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲେ ସୁଦ୍ଧା ତାଙ୍କୁ ଆଇସିୟୁ ବେଡ୍ ମିଳି ନ ଥିଲା । ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ତେବେ ତାଙ୍କ ପତ୍ନୀ ଓ ଦୁଇ ଝିଅ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି ।

ମୃତ ଡାକ୍ତରଙ୍କ ଘର କଟକ ବାଙ୍କୀ ଅଂଚଳରେ ବୋଲି ଜଣାପଡିଛି ।

Leave A Reply

Your email address will not be published.