Latest Odisha News

BREAKING NEWS

ଭୁବନେଶ୍ୱରରୁ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଦିନ ୨ ଟି ନୂଆ କରୋନା ମାମଲା ଚିହ୍ନଟ ହେବା ସହ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରେ ପହଞ୍ଚିଛି ।

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଦେଇଥିବା ସୁଚନା ଅନୁଯାୟୀ, ଏମାନଙ୍କ ମଧ୍ୟରୁ ଜଣେ ଜୟଦେବ ବିହାରର ୩୯ ବର୍ଷ ବୟସ୍କ ବ୍ୟକ୍ତି ଯିଏକି ନିକଟରେ ମୁମ୍ବାଇରୁ ଫେରିଥିଲେ । ଅନ୍ୟଜଣେ ହେଉଛନ୍ତି ଶରଣ ପାଲ୍ଲୀ ଅନ୍ତର୍ଗତ ୱାର୍ଡ ନଂ ୨୬ ର ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତି। ଏହି ଦୁହିଁଙ୍କୁ ବର୍ତ୍ତମାନ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହା ବ୍ୟତୀତ ଆଜି ଦିନରେ ଭୁବନେଶ୍ୱରରୁ ପାଞ୍ଚ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୮ ରେ ପହଞ୍ଚିଛି ।

ଭୁବନେଶ୍ୱରରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ଅନ୍ୟପକ୍ଷେ ଏଠାରେ ଆଉ ୯୬ ଟି ସକ୍ରିୟ ମାମଲା ରହିଛି।

Leave A Reply

Your email address will not be published.