Latest Odisha News

ଭୁବନେଶ୍ବରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୨ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟା ୨୨୦ ଛୁଇଁଛି।

BjdElectrycity

ଏହି ମାମଲାଗୁଡ଼ିକ ମଧ୍ୟରୁ ୧୯ଟି ସ୍ଥାନୀୟ ମାମଲା ଏବଂ ୩ଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ଏହାଛଡା ୧୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ସମସ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ।

ସୂଚନାଯୋଗ୍ୟ, ୧୧୩ ଆରୋଗ୍ୟଙ୍କ ସହିତ ଭୁବନେଶ୍ୱରରେ ବର୍ତ୍ତମାନ ୧୦୩ଟି ସକ୍ରିୟ ମାମଲା ରହିଛି। ଏହାଛଡା ୩ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.