Latest Odisha News

BREAKING NEWS

ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନରେ ମହିଳାଙ୍କ ସନ୍ତାନ ପ୍ରସବ

ଭୁବନେଶ୍ୱର: ଖୋର୍ଦ୍ଧାଠାରେ ଏକ  ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳା ବୁଧବାର ଦିନ ଏକ ସନ୍ତାନ ପ୍ରସବ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ଏହି ମହିଳା ଜଣକ ହେଉଛନ୍ତି ସୈରା ଫତିମା (୩୨) । ସେ ୦୨୦୭୪ ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା ।

ଏନେଇ କିଛି ଯାତ୍ରୀ ରେଳବାଇକୁ ଜଣାଇବା ପରେ ଟ୍ରେନଟି ଖୋର୍ଦ୍ଧା ରୋଡରେ ଅଟକି ଥିଲା । ପରେ ରେଳବାଇ ଡାକ୍ତର ଓ ମେଡିକାଲ ଦଳ ସେଠାରେ ପହଞ୍ଚିବା ସହ ଦିନ ପ୍ରାୟ ୧୧ଟା ୩୦ମି. ସମୟରେ ସମ୍ପୃକ୍ତ ମହିଳାଙ୍କର ପ୍ରସବ କରାଇଥିଲେ । ଏହା ପରେ ଏକ ଆମ୍ବୁଲାନ୍ସ ଯୋଗେ ମାଆ ଓ ନବଜାତକକୁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ ।

ତେବେ ଉଭୟ ମାଆ ଓ ଶିଶୁ ପୁତ୍ରଙ୍କର ସ୍ୱାସ୍ଥ୍ୟ ଥିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.