Latest Odisha News

BREAKING NEWS

ଗୁରୁଗ୍ରାମ ଓ ହରିୟାଣାରେ ପଙ୍ଗପାଳ ଆତଙ୍କ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଗାଁରୁ ସହର ମୁହାଁ ହେଲେ ପଙ୍ଗପାଳ । ଗୁରୁଗ୍ରାମ ଓ ହରିୟାଣାରେ ପସିଲେ । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛନ୍ତି । ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି।

ଗୁରୁଗ୍ରାମର ଏମ୍‌ଜି ରୋଡ୍‌ ଏବଂ ଇଫ୍‌କୋ ଚୌକ୍ ଅଞ୍ଚଳର ଆକାଶ ପଙ୍ଗପାଳରେ ଆଚ୍ଛାଦିତ ହୋଇଯାଇଥିଲା। ଡିଏଲ୍‌ଏଫ୍ ଫେଜ୍‌ I-IV, ଚକ୍କରପୁର, ସିକନ୍ଦରାପୁର ଏବଂ ସୁଖ୍ରାଲି ଅଞ୍ଚଳରେ ବି ଛାଇ ଯାଇଥିଲେ ପଙ୍ଗପାଳ। ‌ଲୋକଙ୍କ ଘର ଛାତ, ରାସ୍ତା ଏବଂ ଖୋଲା ପଡ଼ିଆରେ ଏତେ ସଂଖ୍ୟକ ପଙ୍ଗପାଳଙ୍କୁ ହଠାତ୍ ଦେଖି ଲୋକେ ଆତଙ୍କୀତ ହୋଇପଡ଼ିଛନ୍ତି।

ସେହିପରି ବହୁ ସଂଖ୍ୟାରେ ପଙ୍ଗପାଳ ଚାଷ ଜମିରେ ବସି ରହିଛନ୍ତି। ଯାହାଦ୍ୱାରା ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ମୌସୁମୀ ଆସିବା ପରେ ପଙ୍ଗପାଳଙ୍କ ଗତିବିଧିରେ ପରିବର୍ତ୍ତନ ହୋଇଥିଲା। ତେବେ ପୁଣି ଥରେ ଏବେ ପଙ୍ଗପାଳ ଉତ୍ତର ଭାରତ ଆଡ଼କୁ ମୁହାଁଇବା ପରେ ପରିସ୍ଥିତି ବିଗିଡ଼ିବା ଆଶଙ୍କା କରାଯାଉଛି।

Comments are closed.