Latest Odisha News

BREAKING NEWS

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ପୋଲିସର ପଚରାଉଚରା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଜାରି ରହିଛି। ପୋଲିସ୍ ଏବେ ସୁଦ୍ଧା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ଶନିବାର ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ଶାନୁ ଶର୍ମାଙ୍କୁ ପଚରାଉଚୁରା ପାଇଁ ଡକାଯାଇଛି। ଶାନୁ ଶର୍ମା ପୋଲିସ ଷ୍ଟେସନରେ ପହଂଚିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିଛି । ଏହା ପୂର୍ବରୁ ପୋଲିସ୍ ୟଶରାଜ ଫିଲ୍ମର ସୁଶାନ୍ତ ସିଂହଙ୍କ ସହ ହୋଇଥିବା କଣ୍ଟ୍ରାକ୍ଟର କପି ମଧ୍ୟ ମାଗିଥିଲା।

ମୁମ୍ବାଇ ପୋଲିସ୍ ଏହି ମାମଲାରେ ପ୍ରତିଟି କୋଣରୁ ତଦନ୍ତ କରୁଛି। ଏପରି ଖବର ଶୁଣିବାକୁ ମିଳିଛି ଯେ ପୋଲିସ୍ ଟ୍ବିଟରକୁ ଏକ ଚିଠି ଲେଖିଛି,ଯେଉଁଥିରେ ସେ ସୁଶାନ୍ତଙ୍କ ଗତ ୬ମାସର ଟ୍ବିଟର ରେକର୍ଡ଼ ମାଗିଛି। ପୋଲିସ୍ ସନ୍ଦେହ କରୁଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଲିଖିତ କିଛି ଟ୍ବିଟ୍ ଡିଲିଟ୍ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ଜୁନ୍ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସୁଶାନ୍ତ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ । ସେ ଦୀର୍ଘ ୬ ମାସ ହେଲା ଡିପ୍ରେସନରେ ଥିଲେ ବୋଲି ଡାକ୍ତର କହିଛନ୍ତି । ଏଥିସହ ତାଙ୍କ ପୋଷ୍ଟମୋର୍ଟାମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହେବଳ ସ୍ପଷ୍ଟ କରାଯାଇଛି । ତଥାପି ପୋଲିସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ଯାଂଚ ଜାରି ରହିଛି ।

Comments are closed.