Latest Odisha News

ମାଲକାନଗିରିରେ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ଏକ ଜଳଭଣ୍ଡାରରୁ ରବିବାର ଦିନ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଚିତ୍ରକୋଣ୍ଡାସ୍ଥିତ ଝୋଲଗୁଡା ଅପରେଟ କଲୋନୀର ଦୁଇ ଜଣ ସ୍କୁଲ ଛାତ୍ର କୈଳାଶ ମାଝି ଏବଂ ଅଜୟ ଖରା ଶନିବାର ସକାଳେ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ।

ଗାଧୋଇବା ସମୟରେ କୌଣସି କାରଣବଶତଃ କୈଳାଶ ହଠାତ୍ ନିଖୋଜ ହୋଇଯାଇଥିଲେ। ଏଥିରେ ଭୟଭୀତ ହୋଇ ତାଙ୍କ ବନ୍ଧୁ ଘରକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବର ପାଇ ପରିବାର ସଦସ୍ୟମାନେ ଜଳଭଣ୍ଡାର ନିକଟକୁ ଯାଇଥିଲେ ଏବଂ ପରେ ସମ୍ପୃକ୍ତ ଛାତ୍ରଙ୍କୁ କଚମ୍ଭୀର ଟାଣିନେଇଥିବା ନେଇ ସେମାନେ ଜାଣିବାକୁ ପାଇଥିଲେ ।

ଅପରପକ୍ଷରେ ରବିବାର ଦିନ ସ୍ଥାନୀୟ ଲୋକମାନେ କୈଳାଶଙ୍କ ମୃତଦେହ ପାଣି ଉପରେ ଭାସୁଥିବା ଦେଖିବାକୁ ପାଇଥିଲେ। ତେବେ ମୃତଦେହର ଗୋଡ ଓ ହାତ ନଥିବା ଜଣାପଡିଛି। ପରେ ସୂଚନା ପାଇ ବନ କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ଗାଁରେ ପହଞ୍ଚିଥିଲେ।

ତେବେ ଉକ୍ତ ଜଳଭଣ୍ଡାରରେ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Comments are closed.