ନୂଆଦିଲ୍ଲୀ: ଭାରତ-ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଚୀନ୍ ପ୍ରସଙ୍ଗରେ ଯେଉଁ ମତ ରଖୁଛନ୍ତି ତାହା ହୀନ ରାଜନୀତି । ରାହୁଲଙ୍କୁ ଯାହା କହିବାର ଅଛି ସେ ସଂସଦରେ କୁହନ୍ତୁ । ଦେଶର ଯବାନ ଏବେ ଚୀନ୍ର ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ରାହୁଲ କ୍ରମାଗତ ଭାବେ ଦେଉଥିବା ମନ୍ତବ୍ୟରୁ ଦୂରେଇ ରହିବା ଦରକାର ବୋଲି ଖବର ସରବରାହ ସଂସ୍ଥା ଏନ୍ଏନ୍ଆଇକୁ ଦେଇଥିବା ସାକ୍ଷାତକାର ଅବସରରେ ଅମିତ ଶାହା କହିଛନ୍ତି ।
ଶାହା କହିଛନ୍ତି, ଆଗକୁ ସଂସଦ ଅଧିବେଶନ ରହିଛି । ତେଣୁ ଆମେ ସବୁ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ରହିଛୁ । ଆମେ କୌଣସି ଚର୍ଚ୍ଚାକୁ ଡରୁ ନାହୁଁ । ୧୯୬୨ରୁ ଏଯାଏଁ ଯାହା ହୋଇଛି । ସେ ବାବଦରେ ଆଲୋଚନା ହେବା ଦରକାର । ରାହୁଲ ସଂସଦରେ ମତ ରଖିବା ଦରକାର । ସେହିପରି ରାହୁଲ ଗାନ୍ଧୀ ‘ଆତ୍ମସମର୍ପଣ ପ୍ରଧାନମନ୍ତ୍ରୀ’ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ ନିଜେ ଆତ୍ମଚିନ୍ତନ କରିବା ଦରକାର ବୋଲି ଶାହା କହିଛନ୍ତି ।
Comments are closed.