Latest Odisha News

BREAKING NEWS

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୨୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ଆକଳନ କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କୋରାପୁଟ,ଢେଙ୍କାନାଳ, କଳାହାଣ୍ଡି, ନୂଆପଡା, ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ନୟାଗଡ, କନ୍ଧମାଳ,ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ, ଦେବଗଡ ଓ ସୁନ୍ଦରଗଡ ଆଦି ଜିଲ୍ଲା ରହିଛି ।

ରାଜ୍ୟର ଏହି ୨୬ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ଆଜି ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.