Latest Odisha News

BREAKING NEWS

କଟକ କ୍ୟାନ୍‌ସର ହସ୍ପିଟାଲର ୨ ନର୍ସଙ୍କୁ କରୋନା

କଟକ: ରାଜ୍ୟରେ କରୋନା ତାର କାୟା ମେଲାଇବାରେ ଲାଗିଛି । କରୋନା ଯୋଦ୍ଧାଙ୍କୁ ହେଲାଣି କରୋନା । କଟକ ହରିହର କ୍ୟାନସର୍ ହସ୍ପିଟାଲର ୨ ନର୍ସ ପଜିଟିଜ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ୫୦ ଜଣଙ୍କର ନେଗେଟିଭ୍ ଆସିଥିବା ବେଳେ ୨ ନର୍ସଙ୍କ ପଜିଟିଭ ଆସିଛି। ପଜିଟିଭ ଜଣାପଡ଼ିବା ପରେ ୨ ନର୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨ ନର୍ସ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆଡମିଶନ୍ ବନ୍ଦ କରଦିଆଯାଇଛି । ଏନେଇ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଏହି ଦୁଇ ନର୍ସ ଗଞ୍ଜାମ ଅଞ୍ଚଳର ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ସେପଟେ କଟକ ସିଡିଏ ସେକ୍ଟର ୯ର କିଛି ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.