ପୁରୀ: ଶ୍ରୀକ୍ଷେତ୍ରରେ ବିଧିପୂର୍ବକ ୩ ରଥର ହେଲା ଦକ୍ଷିଣ ମୋଡ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଏଥିସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଏହାପରେ ତିନି ରଥ ଶରଧାବାଲିରେ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛନ୍ତି । ଆସନ୍ତକାଲି ସନ୍ଧ୍ୟା ଦର୍ଶନ ନୀତି ଥିବା ବେଳେ ଜୁଲାଇ ୧ ତାରିଖରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।
ଗତକାଲି ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନୀତି ଅନୁସାରେ ଶ୍ରୀମନ୍ଦିରରୁ ମା’ ବିମଳାଙ୍କ ଆଜ୍ଞାନୁଯାୟୀ ମୋହିନୀ ଚୂଣ୍ଣ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ମା’ ମହାଲକ୍ଷ୍ମୀ। ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ମା’ ମହାଲକ୍ଷ୍ମୀଙ୍କ ବନ୍ଦାପନା କରିଥିଲେ ସେବାୟତ। ଏହାପରେ ରଥ ଭାଙ୍ଗିବା ନୀତି ସମ୍ପୂର୍ଣ୍ଣ ହୋଇଥିଲା।
BREAKING NEWS
- RBIର ଡେପୁଟି ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି
- Rice Milling: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର
- ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ; ୪୪ କେଜି ଗଞ୍ଜେଇ ଜବତ
- କଟକରେ ଏଫଏମ୍ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା;ହତ୍ୟା ଅଭିଯୋଗ ଆଣିଲେ ପରିବାର
- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିଡ଼ି ବାଡ଼ରେ ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯୁବକ
- ସାଂସଦ କଙ୍ଗନା ରାଣାଓ୍ବତଙ୍କ ସହ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ମୁଖ୍ୟମନ୍ତ୍ରୀ
- Lightning strikes:କାଳ ହେଲା ବଜ୍ରପାତ… ଚାଲିଗଲା ତିନି ଜଣଙ୍କ ଜୀବନ
- ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମିଳିଲା ସ୍ୱୀକୃତି
- ଯାତ୍ରୀଙ୍କୁ ବଡ଼ ଝଟକା, ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଇଣ୍ଡିଗୋ
- ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି;ଅଦିନିଆ ରଥଯାତ୍ରା ନେଇ ପିଏମ୍ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍
Comments are closed.