Latest Odisha News

BREAKING NEWS

ଦିଲ୍ଲୀରେ ତିଆରି ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀରେ ତିଆରି ହୋଇଛି ବିଶ୍ୱର ସବୁଠାରୁ ବଡ କୋଭିଡ ସେଣ୍ଟର । ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ୱାମୀ ସତସଙ୍ଗ ବେସ୍ କ୍ୟାମ୍ପରେ ୧୦ ହଜାର ଶଯ୍ୟା ବିଶିଷ୍ଟ କରୋନା ସେଂଟର ତିଆରି କରାଯାଇଛି । ଏହାକୁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ସେଣ୍ଟରକୁ ଯାଇ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି କୋଭିଡ କେୟାର ସେଂଟର ନାମ ସରଦାର ପଟେଲ କୋଭିଡ କେୟାର ସେଂଟର ରଖାଯାଇଛି ।

୧୦ ହଜାର ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରରେ ପ୍ରାୟ ଏକ ହଜାର ଡାକ୍ତର ଓ ପାରାମେଡିକାଲ ଟିମ୍‌କୁ ନିୟୋଜିତ କରାଯିବ। ମୋଟ୍ ୧୦ ହଜାର ଶଯ୍ୟାରୁ ଏକ ହଜାର ଶଯ୍ୟାରେ ଏକ୍ସିଜେନ୍‌ ସୁବିଧା ଉପଲବ୍ଧ ରହିବ। ଗରମକୁ ଦୃଷ୍ଟିରେ ରଖି ୫ ହଜାର ପଙ୍ଖା, ଶୌଚାଳୟ ପାଇଁ ୫ ହଜାର କମୋଡ ଆଦିର ବ୍ୟବସ୍ଥା କରାଯାଇଛି। ଛତରପୁର ଇଲାକାରେ ସ୍ଥିତ ରାଧା ସ୍ଵାମୀ ସତସଙ୍ଗ୍‌ ବ୍ୟାସ୍‌ର ପରିସରରେ ନିର୍ମିତ ଏହି କୋଭିଡ୍ କେନ୍ଦ୍ର ଦୁଇ ଭାଗ ରହିବ। ଗୋଟିଏ ଭାଗରେ ଲକ୍ଷଣ ନଥିବା ରୋଗୀ ଏବଂ ଅନ୍ୟ ଭାଗରେ ଲକ୍ଷଣ ଦେଖାଯାଉଥିବା ରୋଗୀ ରହିବେ।

ରାଧା ସ୍ଵାମୀ ସତସଙ୍ଗ୍ ବ୍ୟାସ୍‌ର ଯେଉଁ ଅଞ୍ଚଳରେ କୋଭିଡ୍ ସେଣ୍ଟର ତିଆରି ହୋଇଛି ସେହି ଜାଗାର କ୍ଷେତ୍ରଫଳ ୧୨,୧୫,୦୦୦ ବର୍ଗ ଫୁଟ୍ ରହିଛି। ୨୨ କିଲୋମିଟରର ଅଣ୍ଡର ଗ୍ରାଉଣ୍ଡ କେବୁଲ୍‌ ଜରିଆରେ ଏଠାରେ ବିଜୁଳି ପ୍ରବନ୍ଧନ କରାଯାଇଛି। ରାଧା ସ୍ଵାମୀ ସତସଙ୍ଗ୍‌ ବ୍ୟାସ୍‌ କୋଭିଡ୍ ସେଣ୍ଟରର ଦାୟିତ୍ଵ ITBPକୁ ଦିଆଯାଇଛି। ସେମାନେ ନୋଡାଲ ଏଜେନ୍ସି ଭାବେ କାମ କରିବେ।

Leave A Reply

Your email address will not be published.