Latest Odisha News

BREAKING NEWS

ହାର୍ଲେ ଡାଭିଡସନ ବାଇକ ଚଲାଇଲେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ହାର୍ଲେ ଡାଭିଡସନ ବାଇକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ମାଇଁ ଲର୍ଡ ଚଲାଇଲେ ଲଗଜୁରିଅସ୍ ଦମୀ ବାଇକ୍ । ରବିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏସ ବୋବ୍‌ଡେଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିଛି । ନାଗପୁରରେ ଏକ ହାର୍ଲେ ଡାଭିଡସନ ବାଇକରେ ବୋବ୍‌ଡେ ବସିଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍‌ଡେଙ୍କର ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହାକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି । ଲକ୍‌ଡାଉନ୍‌ କାରଣରୁ ସେ ଏବେ ଘରେ ରହିଛନ୍ତି । ସେଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି କରୁଛନ୍ତି।

ରବିବାର ସକାଳୁ ସେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ବେଳେ ତାଙ୍କ ନଜରରେ ଏହି ବାଇକ୍‌ଟି ପଡ଼ିଥିଲା । ସେ ବାଇକ୍‌ ପାଖକୁ ଯାଇଥିଲେ ଏବେ ତାପରେ ସେଥିରେ ବସିଥିଲେ । ଏବଂ ବାଇକ୍‌କୁ କିଛି ବାଟ ଚଲାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ଫଟୋ ଉଠାଇଥିଲେ ।

Leave A Reply

Your email address will not be published.