Latest Odisha News

BREAKING NEWS

ହୁମାଙ୍କୁ ଲାଗିଲା ବିଜୁଲି ବିଲ୍‌ର ଝଟ୍‌କା‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେସିଙ୍କୁ ଲାଗିଲା ବିଜୁଳି ବିଲ୍‌ର ଝଟ୍‌କା । ହୁମାଙ୍କ ହୋସ୍ ଉଡାଇଦେଇଛି ବିଦ୍ୟୁତ ବିଲ୍ । ବିଲ୍ ଦେଖି ତାଙ୍କୁ ଲାଗିଛି ତଗଡା ଝଟ୍‌କା । ତାଙ୍କ ଗୋଟିଏ ମାସର ବିଜୁଳି ବିଲ୍ ୫୦ ହଜାର ଟଙ୍କା ଆସିଛି । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ହୁମାଙ୍କ ଗତ ମାସର ବିଜୁଳି ବିଲ୍ ୬୦୦୦ଟଙ୍କା ଥିଲା କିନ୍ତୁ ଏମାସରେ ୫୦,୦୦୦ଟଙ୍କାର ବିଲ୍ ଆସିଛି। ଏହା ଦେଖି ହୁମା ମଧ୍ୟ ତାଜୁବ ହୋଇଯାଇଛନ୍ତି ଏବଂ ସେ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି। ହୁମା କୁରେସି ଟ୍ବିଟ୍ କରି ଲେଖିଛନ୍ତି ଯେ, ଏହି ନୂଆ ବିଜୁଳି ଦର କ’ଣ? ଗତ ମାସରେ ସେ ୬୦୦୦ଟଙ୍କାର ବିଲ୍ ପଇଠ କରିଥିଲେ। ଏ ମାସରେ ୫୦ହଜାର? କ’ଣ ଏହି ନୂଆ ମୂଲ୍ୟ? ବୋଲି ସେ ପ୍ରଶ୍ନ କରିଛନ୍ତି ।

କିଛି ଦିନ ତଳେ ତାପସୀ ପନ୍ନୁ,ରେଣୁକା ସାହାଣେ, ଡିନୋ ମୋରିଆ ସହ କେତେକ ଷ୍ଟାର ବିଜୁଳି ବିଲ୍ ବଢ଼ିଯାଇଥିବା ଦେଖି ସୋସିଆଲ୍ ମିଡିଆରେ ଏହାର ଅଭିଯୋଗ କରିଥିଲେ। ଏବେ ଏହି ତାଲିକାରେ ହୁମା କୁରେସି ମଧ୍ୟ ଯୋଡି ହୋଇଛନ୍ତି ।

Comments are closed.