ଯାଜପୁର : କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଜୁଲାଇ ୧ ତାରିଖ ରୁ ସକାଳ ୬ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଘଟିକାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏଥିସହିତ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପୂର୍ବପରି ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍ କଟକଣା ଜାରି ରହିବ। ଆବଶ୍ୟକ କାର୍ଯ୍ୟ ପାଇଁ ନିଷିଦ୍ଧ ସମୟସୀମା ମଧ୍ୟରେ ବାହାରକୁ ଗଲେ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡିବ। ତେବେ ଯେକୌଣସି କ୍ଷେତ୍ର ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ନିଷିଦ୍ଧ ସମୟରେ ଅଯଥାରେ ବାହାରେ ବୁଲିଲେ, ବିନା ମାସ୍କ ରେ ବାହାରେ ବୁଲିଲେ, ସାମାଜିକ ଦୂରତା ରକ୍ଷା ନକଲେ ଏବଂ ବାହାରେ ଛେପ ପକେଇଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ତେବେ ଔଷଧ ଦୋକାନ ଓ ପାଥୋଲ୍ୟାବ ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ। ରନ୍ଧନ ଗ୍ୟାସ ମଧ୍ୟ ବିତରଣ କରାଯାଇ ପାରିବ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ।
Comments are closed.