Latest Odisha News

ଟିକଟକ୍ କେସ୍ ଲଢ଼ିବାକୁ ରୋହତଗୀଙ୍କ ପରେ ମନା କଲେ ସିଂଘଭୀ

ଟିକଟକ୍ ସମେତ ୫୯ ଚାଇନା ଆପକୁ ମୋଦି ସରକାର ବ୍ୟାନ୍ କରିଛନ୍ତି । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେସବୁ ଆପ୍ ହାନୀକାରକ ହୋଇଥିବାରୁ ପ୍ରତିବନ୍ଧକ ଲାଗିଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି ଟିକଟକ୍ କମ୍ପାନୀ । କିନ୍ତୁ ମିଳୁ ନାହାନ୍ତି ଓକିଲ ।

ଟିକଟକ କମ୍ପାନୀ ପାଇଁ ସୁପ୍ରିମକୋର୍ଟରେ ଓକିଲାତି କରିବାକୁ ଜଣଙ୍କ ପରେ ଜଣେ ଆଇନଜୀବୀ ମନା କରି ଦେଉଛନ୍ତି । ପ୍ରଥମେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ମନା କରିଥିଲେ । ଏହାପରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଂଘଭୀ ବି ସଫା ସଫା ନା ଶୁଣାଇ ଦେଇଛନ୍ତି । ସିଂଘଭୀ କହିଛନ୍ତି, ବର୍ଷେ ପୂର୍ବରୁ ଗୋଟିଏ ମାମଲାରେ ଟିକଟକ ପକ୍ଷରୁ କେସ୍ ଲଢ଼ି ବିଜୟୀ ହୋଇଥିଲେ । ଏବେ କିନ୍ତୁ ନୁହେଁ ।

ବର୍ତ୍ତମାନ ପ୍ରଫେସନାଲ୍ ଡ୍ୟୁଟି ଓ ନ୍ୟାସନାଲ୍ ଡ୍ୟୁଟି ଭିତରେ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଛି । ଆଗକୁ ଦେଖାଯାଉ ଟିକଟିକ ସୁପ୍ରିମକୋର୍ଟ ଗଲେ, କିଏ ଲଢ଼ିବ କେସ୍ ?

Comments are closed.