Latest Odisha News

BREAKING NEWS

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ଜନ୍ମ ଦେଇ ମରଣ ମୁଁହକୁ ଠେଲି ଦେଲା ମାଆ

କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ । ଦୁଷ୍ମନ୍ତ ନାଏକ ନାମକ ଜଣେ ଯୁବକ ଏହି ଶିଶୁକନ୍ୟା ଟିକୁ ଜଙ୍ଗଲ ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ଶିଶୁଟିକୁ ଉଦ୍ଧାର କରି ବଜ୍ରକୋଟ ମେଡିକାଲକୁ ଆଣିବା ସହ ରେଙ୍ଗାଳି ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ରେଙ୍ଗାଳି ପୋଲିସ ପହଁଚି ଘଟଣାର ତନାଘନା ଆରମ୍ଭ କରିଛି । ଶିଶୁକନ୍ୟାଟିକୁ ପ୍ରଥମେ କଣିହାଁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା ଓ ପରେ ଶିଶୁଟିକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ସମୟରେ ଏହିସବୁ ଘଟଣା ସମ୍ନାକୁ ଆସିଲେ ଏପରି ଲାଗୁଛି ଝିଅଙ୍କ ପାଇଁ ସରକାରଙ୍କ ତୁହାକୁ ତୁହା ଯୋଜନା ଯେପରି ବେଟି ବଚାଓ , ବେଟି ପଢାଓ ଆଦି ସେପରି ଫଳଶୂନ୍ୟ ହୋଇଛି ।

Leave A Reply

Your email address will not be published.