ପୋଲସରା: ଗଂଜାମ ଜିଲ୍ଲା ପୋଲସରାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ପଜେଟିଭଙ୍କ ସଂଖ୍ୟା । ପୋଲସରା ଅଞ୍ଚଳରେ ୩ ଜଣ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲସରା ଗସ୍ତରେ ଆସିଥିଲେ। ଅମାନିଆଙ୍କ ପାଇଁ ଆହୁରି କଟକଣା କଡାକଡି କରିଛନ୍ତି ଜିଲ୍ଲାପାଳ । ବିଭିନ୍ନ ଦିଗ ପ୍ରତି ଆଙ୍କୁଶ ଲଗାଇବା ସହ ଜାଣିଶୁଣି ଆଇନ୍ ଉଲଘଂନ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀର ଏହି ବିପତ୍ତି ସମୟରେ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ବାହାଘର ଭୋଜିଭାତ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ବାହାଘର କରାଉଥିବା ସଂପୃକ୍ତ ବ୍ରାହ୍ମଣ ମଧ୍ୟ ବନ୍ଧାହୋଇ ଜେଲ ଯିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ ସୂଚନା ଦେଇଛନ୍ତି ।
BREAKING NEWS
- ରାୟଗଡାରେ ଆଭାସି ଜରିଆରେ ରାହୁଲ ଦେଲେ ଉଦବୋଧନ, ମଂଚକୁ ଆସିନଥିବା ଦେଖି ଅସନ୍ତୋଷ ଜନତା
- ଖଣ୍ଡପଡ଼ାରେ ଗଞ୍ଜେଇ ବେପାରୀଙ୍କ ପତ୍ନୀ ହୋଇଛନ୍ତି ଶାସକ ଦଳର ପ୍ରାର୍ଥୀ?
- ଝାରସୁଗୁଡ଼ା: ପ୍ରତିଶ୍ରୁତି ବାବଦରେ ମନେପକାଇ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଘେରିଲେ ଭୋଟର
- ମୋଦୀଙ୍କ ନେତୃତ୍ୱ ବିଶ୍ୱସ୍ତରରେ ସ୍ୱୀକୃତି ପାଇଛି, ତଥାପି ଓଡ଼ିଶା ପଛରେ: ଭର୍ତ୍ତୃହରି ମହତାବ
- ସୁଜାତା କାର୍ତ୍ତିକେୟନ୍ଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱ ନେଲେ ଶାଳିନୀ ପଣ୍ଡିତ
- ରୋହିତ ଭେମୁଲା ଦଳିତ ନ ଥିଲେ, କ୍ଲୋଜର ରିପୋର୍ଟ ଦାଖଲ କଲେ ହାଇକୋର୍ଟ
- ବାଜି ବଦଳାଇବେ ସ୍ବାଧୀନ !
- ନେତାଙ୍କୁ ପସନ୍ଦ ଏମିତି ଡ୍ରେସ୍
- ମାନିଲେନି ସୌମ୍ୟ? ସାବିତ୍ରୀଙ୍କୁ ଟିକେଟ୍
- ‘ମତଦାନ ହାର ବୃଦ୍ଧି ଦିଗରେ ସଚେତନତା ସୃଷ୍ଟିରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ’