Latest Odisha News

BREAKING NEWS

ଝାରସୁଗୁଡା ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ, ୭ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ସ୍ଥିତ ଏକ ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ ହୋଇଛି । TPSL ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ଥିବା SMSର ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍‌ ହୋଇ ବିସ୍ଫୋରଣ ହୋଇଛି । ଫଳରେ ୭ ଜଣ ଶ୍ରମିକ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବ୍ଲାଷ୍ଟ ଫରନେସରୁ ଉତ୍ତପ୍ତ ତରଳ ଲୁହା ସ୍ଥାନାନ୍ତର ବେଳେ ଫରନେସ ଲିକ ହୋଇ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଉତ୍ତପ୍ତ ତରଳ ଲୁହା ଦେହରେ ପଡିବାରୁ ଶ୍ରମିକ ଆହତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ , ତାଙ୍କୁ  ରାଉରକେଲା  ଆଇଜିଏଚ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.