Latest Odisha News

BREAKING NEWS

କାଶ୍ମୀର ଜୋନ୍ ପୋଲିସ ୧୨ ଆତଙ୍କବାଦୀଙ୍କ ହିଟଲିଷ୍ଟ ଜାରି କଲା

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଇତି ମଧ୍ୟରେ କଶ୍ମୀର ଜୋନ୍ ପୋଲିସ ୧୨ଜଣ ଆତଙ୍କବାଦୀଙ୍କ ହିଟଲିଷ୍ଟ ପ୍ରସ୍ତୁତ କରିଛି । ଏଥିରେ ଜୈଶ-ଇ-ମହମ୍ମଦର ୩, ଲଶ୍ମର-ଇ-ତୋଇବା ୫ଜଣ ଏବଂ ହିଜୁବୁଲ ମୁଜାହିଦ୍ଦିନର ୪ ଆତଙ୍କବାଦୀଙ୍କ ନାମ ରହିଛି ।

ଏମାନଙ୍କ ବ୍ୟତୀତ ଗାଜି ରଶିଦ, ଲମ୍ବୁ, ସୈଫୁଲା, ଉସମାନ ଏବଂ ନସରୁଲ୍ଲାଙ୍କ ନାମ ରହିଛି । ଜମ୍ମୁ-କଶ୍ମୀରରେ ବର୍ତମାନ ୧୭୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ୬ ମାସରେ ୧୧୮ ଆତଙ୍କବାଦୀଙ୍କୁ ପୋଲିସ ମାରିଛି । ସେମାନଙ୍କ ମଧ୍ୟରେ ୧୦୭ ଜଣ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି ।

Leave A Reply

Your email address will not be published.