Latest Odisha News

BREAKING NEWS

ସଟଡାଉନ ସମୟରେ କଟକରେ ଗଡିବ ମୋ ବସ୍

କଟକ: କଟକରେ ବର୍ଦ୍ଧିତ ସଟଡାଉନ ସମୟରେ ‘ମୋ ବସ୍’ ସେବା ଉପଲବ୍ଧ କରାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ରବିବାର ଦିନ ଟ୍ବିଟ କରାଯାଇଛି।

କ୍ରୁଟ ପକ୍ଷରୁ କୁହାଯାଇଛି ଯେ ଲୋକମାନେ କେବଳ ଜରୁରୀ କାମ ଲାଗି ଯାତ୍ରା କରିବା ଉଚିତ୍। ଏହାଛଡା ବସ୍‌ରେ ଯାତ୍ରା କରିବା ସମୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ- ଜୁଲାଇ ୮ ଯାଏଁ କଟକ ସଟଡାଉନ

Comments are closed.