Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ୧୦ ସ୍ଥାନୀୟ ସଂକ୍ରମିତ, ମୋଟ ୧୭ ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୨ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି କରୋନା ଯୋଦ୍ଧା ।

ଡୁମଡୁମା ରଘୁନାଥ ବସ୍ତିରୁ ୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆ, ବିଜେବି ନଗର, ଅନ୍ଧାରୁଆ, ଶତାବ୍ଦୀ ନଗର ଏବଂ ଚକେଇସିଆଣୀ ଅଂଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସରକାରୀ ହସପିଟାଲରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ବେସରକାରୀ କୋଭିଡ ହସପିଟାଲରେ କାମ କରୁଥିବା ୨ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ବିଏମସି ସୂଚନା ଦେଇଛି । ରାଜଧାନୀରେ ଆଜି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.