Latest Odisha News

BREAKING NEWS

ଏଫଆଇଏଚ ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ)ର ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି ହୋଇଛି । ଶ୍ରୀ ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଟେକନିକାଲ ଅଫିସର ଭାବେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି । ସେ ବିଭିନ୍ନ ରାଷ୍ଟ୍ରରେ ପୂର୍ବରୁ ମଧ୍ୟ ଟେକନିକାଲ ଅଫିସର ଭାବେ କାର୍ଯ୍ୟ ଦକ୍ଷତା ହାସଲ କରିଛନ୍ତି ।

ସେ ଅଗଷ୍ଟ ୨୦୧୮ରେ ଅନ୍ତର୍ଜାତୀୟ ସ୍ତରରେ ତଥା ବିଶ୍ୱସ୍ତରୀର କ୍ରୀଡ଼ା ସଂଗଠନରେ ପ୍ରଥମକରି ଅନ୍ତର୍ଜାତୀୟ ଟେକନିକାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ ।

ଶ୍ରୀ ଷଡ଼ଙ୍ଗୀ ଓଡ଼ିଶା ପ୍ରଥମ ବ୍ୟକ୍ତି ରୂପେ ଏଫଆଇଏଚ ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ପରି ଏକ ସମ୍ମାନଜନକ ପଦବୀକୁ ଉନ୍ନୀତ ହୋଇଥିବା ଯୋଗୁଁ ଓଡ଼ିଶା କ୍ରୀଡ଼ାଜଗତରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.