Latest Odisha News

BREAKING NEWS

ଧୋନୀ @୩୯ : ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: କ୍ୟାପଟେନ କୁଲ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ଦୁନିଆର ଏହି ବେତାଜ ବାଦଶାହାଙ୍କର ଆଜି ହେଉଛି ୩୯ ତମ ଜନ୍ମ ଦିବସ । ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି କ୍ରିକେଟର ଜଣଙ୍କ ବ୍ୟାଟିଂ ସୁଯୋଗ ହାତଛଡା କରିନଥିଲେ । ସେ ନିଜର ପଞ୍ଚମ ଦିନିକିଆ ୧୪୮ରେ ଓ ପଞ୍ଚମ ଟେଷ୍ଟରେ ମଧ୍ୟ ୧୪୮ ରନ୍ ସ୍କୋର କରିଥିଲେ । ଆଜି ଜନ୍ମଦିନ ଅବସରରେ ମାହିଙ୍କ ସମ୍ପର୍କରେ ଜାଣିବା କିଛି ରୋଚକ କଥା।

୧୯୮୧ ଜୁଲାଇ ୭ ତାରିଖରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ ଧୋନୀ।ତାଙ୍କ ମା’ ଙ୍କ ନାମ ଦେବକୀ ଦେବୀ ଓ ପିତାଙ୍କ ନାମ ପାନ ସିଂହ।

ବିଶ୍ୱର ସଫଳ କ୍ରିକେଟ ଅଧିନାୟକ ତାଲିକାରେ ଆଜି ଧୋନୀଙ୍କ ନାମ ଆସୁଛି । ମାତ୍ର ମାହିଙ୍କୁ ଛୋଟବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲରେ ଅଧିକ ରୁଚି ଥିଲା। ମାହି ଫୁଟବଲ ଟିମର ଗୋଲକିପର ମଧ୍ୟ ଥିଲେ।ଧୋନୀଙ୍କୁ କ୍ରିକେଟ ଖେଳିବା ପାଇଁ ଉତ୍ସାହିଟ କରିଥିଲେ ଲାଗି ତାଙ୍କ ସ୍କୁଲ କୋଚ।

୨୦୦୫ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ସେ ୧୮୩ ରନର ପାରି ଖେଳିଥିଲେ, ଯାହା ବ୍ୟକ୍ତିଗତ ଭାବେ ତାଙ୍କର ସବୁଠାରୁ ଅଧିକ ସ୍କୋର।

୨୦୦୫ ଶେଷ ବେଳକୁ ଆଇସିସି ରାଙ୍କିଙ୍ଗରେ ଧୋନୀ ଏକ ନମ୍ବର ଥିଲେ।

୨୦୦୮ରେ ଆଇସିସି ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାରରେ ସମ୍ମାନିତ କରିଥିଲା। ଏହି ସମ୍ମାନ ପାଇବାରେ ଧୋନୀ ପ୍ରଥମ ଭାରତୀୟ ଖେଳାଳି।

ଏହାପର ବର୍ଷ ଅର୍ଥାତ ୨୦୦୯ରେ ଧୋନୀଙ୍କ ମିଳିଲା ପଦ୍ମଶ୍ରୀ ପୁରସ୍କାର।

ଦୀର୍ଘ ୨୮ ବର୍ଷ ପରେ ୨୦୧୧ରେ ଭାରତକୁ ବିଶ୍ଵବିଜେତା କରାଇଲେ ଧୋନୀ ।

ଟେଷ୍ଟ କ୍ରିକେଟରେ ମଧ୍ୟ ଭାରତକୁ ଏକ ନମ୍ବର କରିଥିଲେ ଧୋନୀ।

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀ ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ଅଧିନାୟକ ପଦ କୋହଲିଙ୍କୁ ପ୍ରଦାନ କଲେ।

ଧୋନୀଙ୍କ ଜୀବନ ଉପରେ ଆଧାରିତ ଏକ ବଲିଉଡରେ ଫିଲ୍ମ ମଧ୍ୟ ରହିଛି ।ଯାହାର ନାମ ‘ଏମ୍‌ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’।

୨୦୧୯ ଆରମ୍ଭରୁ ଧୋନୀ ସମାଲୋଚକଙ୍କ ଟାର୍ଗେଟରେ ରହିଥିଲେ । ଭାରତ ବିଶ୍ୱକପ୍ ସେମିଫାଇନାଲରେ ପରାସ୍ତ ହେବା ପରେ ଧୋନୀ କ୍ରିକେଟରୁ ଦୂରରେ ରହୁଛନ୍ତି । ତାଙ୍କ ଅବସରକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.