Latest Odisha News

BREAKING NEWS

କୋରାପୁଟର ବୋରିଗୁମ୍ମା ବ୍ଲକରେ ୫ ଦିନିଆ ସଟଡାଉନ

ଜୟପୁର: ୫୮ ବର୍ଷ ବୟସ୍କା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ବୋରିଗୁମ୍ମା ବ୍ଲକ ହେଡକ୍ୱାଟରକୁ ପାଞ୍ଚ ଦିନ ପାଇଁ ସଟଡାଉନ କରିଛନ୍ତି।

ସ୍ୱାସ୍ଥ୍ୟ କର୍ମୀ ଭାବରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଗଞ୍ଜାମରୁ ଫେରିବା ପରେ ବୋରିଗୁମ୍ମା ଏବଂ ଏହାର ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂତ୍ରରୁ ପ୍ରକାଶ।

ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ମହିଳା ଶିକ୍ଷକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଘରୋଇ ଟ୍ୟୁସନ ପଢାଉଥିବା ଯୋଗୁଁ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କର କିଛି ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ସଂଗ୍ରହ କରିଥିଲେ। ତନ୍ମଧ୍ୟରୁ ବୁଧବାର ତିନିଜଣ ଛାତ୍ରଛାତ୍ରୀଙ୍କ କରୋନା ପଜିଟିଭ୍ ବାହାରିଥିଲା ।

ଜିଲ୍ଲାରେ ମୋଟ୍ ୭୩ଟି କରୋନା ପଜିଟିଭ ମାମଲା ରହିଛି । ଯେଉଁଥିରେ ବୋରିଗୁମ୍ମାରୁ ୯ ଜଣ ରହିଛନ୍ତି।

ତେବେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ଟ୍ୟୁସନ କ୍ଲାସକୁ ନ ପଠାଇବାକୁ ଅନୁରୋଧ କରିଥିବାବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଶିକ୍ଷକମାନଙ୍କୁ ଟ୍ୟୁସନ କ୍ଲାସ ନନେବାକୁ କହିଛନ୍ତି।

Comments are closed.