Latest Odisha News

BREAKING NEWS

କାଲିଠାରୁ ଭୁବନେଶ୍ୱର ଏମସ୍‌ର ଓପିଡି ବନ୍ଦ

ଭୁବନେଶ୍ୱର: ଏମସ୍‌ରେ ଚିକିତ୍ସିତ ହେଉଥିବା କେତେକ ରୋଗୀ ଓ କିଛି ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆସନ୍ତାକାଲିଠାରୁ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଓପିଡିକୁ ବନ୍ଦ ରଖାଯିବ ବୋଲି ଏହାର ନିର୍ଦ୍ଦେଶିକା ଗୀତାଂଜଳି ପଦ୍ମନାଭମ୍ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଏମସର କେବଳ କର୍ମଚାରୀ ନୁହଁନ୍ତି ତାଙ୍କ ନିକଟ ସମ୍ପର୍କୀୟ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଏଥି ସହ କେତେକ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହୁଥିବାରୁ ସେମାନେ ହସ୍ପିଟାଲକୁ ଆସିପାରୁ ନାହାନ୍ତି । ଫଳରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ଏହିସବୁ କାରଣରୁ ଓପିଡିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

କିନ୍ତୁ ରୋଗୀମାନେ ଏମ୍‌ସ୍ ଡାକ୍ତରମାନଙ୍କ ସହ ଟେଲି ମେଡିସିନ ସେବା ଜରିଆରେ ଯୋଗାଯୋଗ କରିପାରିବେ । ଏଥି ସହ ଏମସ୍ ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ଆପ୍ ‘ଏମସ୍ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍’ ଜରିଆରେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଅନ୍ୟ ପକ୍ଷରେ କାଜୁଆଲିଟି ଓ ଏମଜେନ୍‌ସି ସେବା ଯୋଗାଇ ଦିଆଯିବ । ରୋଗୀଙ୍କ ଡାଏଲେସିସ୍ ମଧ୍ୟ କରାଯିବ ବୋଲି ସୂଚନା ଦିଆଯଇଛି ।

Leave A Reply

Your email address will not be published.