Latest Odisha News

BREAKING NEWS

ସମ୍ବଲପୁରରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି ନିକଟରୁ ଶୁକ୍ରବାର ଅପହୃତ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି।

ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ସ୍ଥାନରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ପୋଲିସ ଅପରାଧିଙ୍କୁ ଧରିବା ପାଇଁ ଖୋଳତାଡ ଜାରି ରଖିଛି।

ସୂଚନାଯୋଗ୍ୟ, ସ୍ଥାନୀୟ ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ କେହି ଦୁବୃର୍ତ୍ତ ଅପହରଣ କରିଥିଲେ । ସମ୍ପୃକ୍ତ ବ୍ୟବସାୟୀ ନରେଶ କାରରେ ଡ୍ରାଇଭର ସହ ଯାଉଥିବା ବେଳେ ଶାସନ ଛକରେ କୌଣସି କାମରେ ଅଟକି ଥିଲେ । ପରେ ସେ ଡ୍ରାଇଭରଙ୍କୁ କିଛି ଆଣିବା ପାଇଁ ପଠାଇଥିବା ବେଳେ ଏହି ଘଟଣା ଘଟିଛି । କାରରେ ସେ ଏକା ବସିଥିବା ବେଳେ କିଛି ଦୁର୍ବୁତ ଆସି ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।

ଅଧିକ ପଢନ୍ତୁ- ସମ୍ବଲପୁରରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ

ପରବର୍ତ୍ତୀ ସମୟରେ ଏନେଇ ଶାସନ ଥାନାରେ ଅଭିଯୋଗ କରାଯାଇଥିଲା।

Leave A Reply

Your email address will not be published.