ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁରର ଏକ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ପ୍ରବାସୀ ଓଡିଆ ଫେରାର ହୋଇଯାଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଖୋଜିବାରେ ଲାଗିଛି।
ପୋଲିସର ସୂଚନାନୁସାରେ, ଗତ ଜୁଲାଇ ୫ରେ ବିମାନ ଯୋଗେ କେରଳରୁ ଫେରିବା ପରେ ସମ୍ପୃକ୍ତ ଓଡ଼ିଆ ପ୍ରବାସୀଙ୍କ ନାମ ପଞ୍ଜିକରଣ କରାଯାଇଥିଲା। ପରେ ତାଙ୍କୁ ସୋଲମପୁର ପଞ୍ଚାୟତରେ ଟିଏମସିରେ ରଖାଯାଇଥିଲା।
ତେବେ ସେ ରାତିରେ ଟିଏମସି ଛାଡି ପଳାଇ ଥିବା ନେଇ ସୁତ୍ରରୁ ପ୍ରକାଶ। ପରେ ସ୍ଥାନୀୟ ପ୍ରଶାସନର ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଛାନଭିନ୍ନ ଆରମ୍ଭ କରିଛି।
Comments are closed.