Latest Odisha News

BREAKING NEWS

ଯାଜପୁରରେ ସାପ୍ତାହିକ ସଟଡାଉନର ପ୍ରଭାବ

ଯାଜପୁର: ଯାଜପୁର ଜିଲ୍ଲାରେ ବଳବତ୍ତର ରହିଛି ସାପ୍ତାହିକ ସଟଡାଉନ କଟକଣା। ଜୁଲାଇ ମାସର ଦ୍ବିତୀୟ ସପ୍ତାହରେ ଏହି ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ଏଥିପାଇଁ ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ସେହିପରି ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। କେବଳ ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଗାଡ଼ି, ଶିଳ୍ପାନୁଷ୍ଠାନରେ ନିୟୋଜିତ ଗାଡ଼ି ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହାନକୁ ଛାଡିଦେଲେ ଅନ୍ୟ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ଔଷଧ ଦୋକାନ, ପ୍ୟାଥୋଲାବ୍ ଓ ମେଡିକାଲ ଆଦି ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବା ବ୍ୟବସାୟୀକ ସଂସ୍ଥା ଗୁଡିକ ବନ୍ଦ ରହିଛି।

ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ୍ ମୁତୟନ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ଗାଁ ଠୁ ସହର ସବୁଠି ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ସବୁ ଶୂନଶାନ ହୋଇଯାଇଛି। ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ମଧ୍ୟ ଜାରି ରହିଛି।

ସେପଟେ ଆଜି ଯାଜପୁର ଜିଲ୍ଲାରେ ସର୍ବାଧିକ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୯୭ କୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୮୯୬ । ସେଥିମଧ୍ୟରୁ ୫୨୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତମାନ ଜିଲ୍ଲାରେ ୩୬୭ ଟି ଆକ୍ଟିଭ କେସ ରହିଛି।

Leave A Reply

Your email address will not be published.