Latest Odisha News

BREAKING NEWS

ହେମାଙ୍ଗ ଅମୀନ ବିସିସିଆଇର ଅନ୍ତରୀଣ ସିଇଓ ନିଯୁକ୍ତ

ବିସିସିଆଇ ସିଇଓ ପଦରୁ ରାହୁଲ ଜୋହରିଙ୍କ ଇସ୍ତଫା ପରେ ଅନ୍ତରୀଣ ସିଇଓ ହୋଇଛନ୍ତି ହେମାଙ୍ଗ ଅମୀନ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ହେମାଙ୍ଗ ଅମୀନ ଆଇପିଏଲର ଚିଫ୍ ଅପରେଟିଂ ଅଫିସର ବା ସିଓଓ ଅଛନ୍ତି । ନୂଆ ସିଇଓ ନିଯୁକ୍ତି ଯାଏଁ ସେ ଦାୟିତ୍ୱ ତୁଲାଇବେ । ହେମାଙ୍ଗ ଅମୀନ ୨୦୧୭ ଠାରୁ ଆଇପିଏଲର ଅପରେସନ୍ ଡିଭିଜନ୍ ପରିଚାଳନା କରିଆସୁଛନ୍ତି ।

ନିକଟରେ ସିଇଓ ପଦରୁ ରାହୁଲ ଜୋହରିଙ୍କ ଇସ୍ତଫା ପତ୍ରକୁ ମଞ୍ଜୁରୀ ଦେଇଥିଲା ବିସିସିଆଇ । ଖାଲି ପଡ଼ିଥିଲା ପଦବୀ । ଖୁବଶୀଘ୍ର ନୂଆ ସିଇଓ ପଦ ପାଇଁ ଆବେଦନ ମଗାଯିବ । ଆସନ୍ତା ମାସେ ଦୁଇ ମାସ ଭିତରେ ନୂଆ ସିଇଓ ନିଯୁକ୍ତି ହୋଇ ପାରନ୍ତି ।

Leave A Reply

Your email address will not be published.