ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କ୍ରୟ କରିବାକୁ ଯାଉଛି । ଆମେରିକା ଠାରୁ ଭାରତ ଯେଉଁ ଡ୍ରୋନ କ୍ରୟ କରିବାକୁ ଯାଉଛି, ତାହା ଆକାଶରେ ୫୦୦ ଫୁଟ ଉଚ୍ଚରେ ଏବଂ ୧୦ କିମି ଯାଏଁ ଉଡ଼ିପାରିବ । ଏହା ଘଣ୍ଟାକୁ ୯୫ କିମି ବେଗରେ ଗତି କରିପାରିବ । ସେହିପରି ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କିଣିବାକୁ ଯାଉଛି । ସେନାକୁ ମିଳିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତାର ଉପଯୋଗ କରି ଏହା କ୍ରୟ କରାଯିବ । ଏକ କିମି ଦୂରତା ଭିତରେ ଥିଲେ ମଧ୍ୟ ଆଖିକୁ ଦୃଶ୍ୟମାନ ହେଉନଥିବା ଟାର୍ଗେଟଗୁଡିକୁ ଧ୍ୱଂସ କରିବା ପାଇଁ ଏହାକୁ ବ୍ୟବହାର କରାଯିବ । ଏହି ଅସ୍ତ୍ରର ବିଶେଷତା ହେଉଛି କି ଏହା ଆକାଶମାର୍ଗରେ କିଛି ସମୟ ଝୁଲିବା ଅବସ୍ଥାରେ ରହି ଶତ୍ରୁ ଟାର୍ଗେଟର ଅବସ୍ଥିତି ଏବଂ ଗତିବିଧି ବାରିପାରିବ ଓ ପରେ ସେଥିରେ ମାଡ଼ ହୋଇପାରିବ । ଯଦି ଶତ୍ରୁ ଟାର୍ଗେଟ ଏକ କିମି ଦୂରତା ବାହାରକୁ ଚାଲିଯାଇଥାଏ, ତାହାହେଲେ ଏହାକୁ ପୁନଶ୍ଚ ନିଜର ଘାଟିକୁ ଫେରାଇ ଅଣାଯାଇପାରିବ ।
BREAKING NEWS
- ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି
- ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ, ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ହେବେ ନିଯୁକ୍ତି
- ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲର ଶିକ୍ଷକଙ୍କ ଦରମା ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ
- ବାଚସ୍ପତି ନିର୍ବାଚନ ପୂର୍ବରୁ ସମାନ୍ତରଳ ଭାବେ ଦିଲ୍ଲୀରେ ଶାସକ-ବିରୋଧୀଙ୍କ ବୈଠକ
- ଭାଇରାଲ ହେଲା ଜୋନାଥନଙ୍କ ଈଶାରା ଓ ଗୁଲବଦିନଙ୍କ ଡ୍ରାମା
- ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପିକୁ ଜଗନଙ୍କ ଦଳରୁ ମିଳିଲା ସମର୍ଥନ
- ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ ଗାନ୍ଧୀ
- ବଜ୍ରାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ
- ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍