ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କ୍ରୟ କରିବାକୁ ଯାଉଛି । ଆମେରିକା ଠାରୁ ଭାରତ ଯେଉଁ ଡ୍ରୋନ କ୍ରୟ କରିବାକୁ ଯାଉଛି, ତାହା ଆକାଶରେ ୫୦୦ ଫୁଟ ଉଚ୍ଚରେ ଏବଂ ୧୦ କିମି ଯାଏଁ ଉଡ଼ିପାରିବ । ଏହା ଘଣ୍ଟାକୁ ୯୫ କିମି ବେଗରେ ଗତି କରିପାରିବ ।
ସେହିପରି ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କିଣିବାକୁ ଯାଉଛି । ସେନାକୁ ମିଳିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତାର ଉପଯୋଗ କରି ଏହା କ୍ରୟ କରାଯିବ । ଏକ କିମି ଦୂରତା ଭିତରେ ଥିଲେ ମଧ୍ୟ ଆଖିକୁ ଦୃଶ୍ୟମାନ ହେଉନଥିବା ଟାର୍ଗେଟଗୁଡିକୁ ଧ୍ୱଂସ କରିବା ପାଇଁ ଏହାକୁ ବ୍ୟବହାର କରାଯିବ । ଏହି ଅସ୍ତ୍ରର ବିଶେଷତା ହେଉଛି କି ଏହା ଆକାଶମାର୍ଗରେ କିଛି ସମୟ ଝୁଲିବା ଅବସ୍ଥାରେ ରହି ଶତ୍ରୁ ଟାର୍ଗେଟର ଅବସ୍ଥିତି ଏବଂ ଗତିବିଧି ବାରିପାରିବ ଓ ପରେ ସେଥିରେ ମାଡ଼ ହୋଇପାରିବ । ଯଦି ଶତ୍ରୁ ଟାର୍ଗେଟ ଏକ କିମି ଦୂରତା ବାହାରକୁ ଚାଲିଯାଇଥାଏ, ତାହାହେଲେ ଏହାକୁ ପୁନଶ୍ଚ ନିଜର ଘାଟିକୁ ଫେରାଇ ଅଣାଯାଇପାରିବ ।
BREAKING NEWS
- ChatGPT ‘Sir’: ଇଣ୍ଟରନେଟ୍ ପ୍ରେମରେ ୭୭ ବର୍ଷୀୟ ବୃଦ୍ଧ, ‘ସାର୍’ ବୋଲି କଲେ ସମ୍ବୋଧନ, ମନ କିଣିନେବ AI ସହ ତାଙ୍କ ବାର୍ତ୍ତାଳାପ…
- IITM ସହାୟତାରେ ରାଜ୍ୟରେ କମିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପ
- Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ
- ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋଡ୍କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
- Drishyam 3: ଥିଏଟରରେ ‘ଦୃଶ୍ୟମ୍ ୩’ର ଧମାକା, ଓପନିଂରେ ଅଜୟ ଦେବଗନଙ୍କ ନୂଆ ରେକର୍ଡ! ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ?
- ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ
- Chameli Ojha case:ଚାମେଲି ଓଝା ମାମଲାରେ NHRC ତଦନ୍ତ,୫ରେ ଆସିବେ ୩ ଜଣିଆ ଟିମ୍
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ

Comments are closed.